ମାସେ ହେଲା ନିଖୋଜ ଥିଲେ ଏବେ ଖଣ୍ଡଗିରି ଅଞ୍ଚଳରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଖଣ୍ଡଗିରି ଅଞ୍ଚଳରୁ ଗଳିତ ମୃତ ଉଦ୍ଧାର କରାଯାଇଛି । ଘାଟିକିଆ ହନୁମାନ ମନ୍ଦିର ପଛ ପଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ମୃତକ ଜଣଙ୍କର ପରିଚୟ ମିଳିଛି ।

ମିଳିଥିବା ଖବର ମୁତାବକ ମୃତକ ଜଣଙ୍କ ଉକ୍ତ ଘାଟିକିଆ ଅଞ୍ଚଳର ରଘୁନାଥ ବେହେରା ଓରଫ କାଳିଆ । ବୟସ ପାଖାପାଖି ୪୦ ବର୍ଷ ହେବ । ଜାନୁଆରୀ ୧୧ରୁ ସେ ନିଖୋଜ ଥିବାବେଳେ, ଭରତପୁର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ଖଣ୍ଡଗିରି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.