ସର୍ଚ୍ଚ ଅପରେସନ ବେଳେ ନରାଜ ନିକଟରୁ ମିଳିଥିବା ମୃତଦେହ ନିଖୋଜ ଯବାନଙ୍କର ନୁହେଁ : SRC

ଆଠଗଡ଼(କେ ନ୍ୟୁଜ): ନରାଜ ନିକଟରୁ ମିଳିଥିବା ମୃତଦେହ ଯବାନ ସୀତାରାମ ମୁର୍ମୁଙ୍କର ନୁହେଁ । ଏନେଇ ସାନି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ପୂର୍ବରୁ ମୃତଦେହଟି କାଲି ନିଖୋଜ ଯବାନଙ୍କର ବୋଲି ଘୋଷିତ ହୋଇଥିଲା । କିନ୍ତୁ ପରେ ଏନେଇ ତାଜା ସୂଚନା ଆସିଛି । କହିରଖିବା ଉଚିତ ହେବକି ଶୁକ୍ରବାର ବୋଟ ଦୁର୍ଘଟଣା ପରେ ଜଣେ ଯବାନ ନିଖୋଜ ଥିଲେ । ଆଜି ସକାଳେ ଏନଡିଆରଏଫ ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଧବଳେଶ୍ୱର ନିକଟରୁ ତାଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା ।

ଏହା ନିଖୋଜ ଯବାନଙ୍କର ବୋଲି ସୂଚନା ଜାରି ହୋଇଥିଲା | ସୂଚନା ଦେବା ଯୋଗ୍ୟକି ଶୁକ୍ରବାର ଗଜ ଉଦ୍ଧାର ଅପରେସନ ବେଳେ ଯାଇଥିବା ଓଡ୍ରାଫ ବୋଟ ଦୁର୍ଘଟଣାରେ ଜଣେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ୍ରାଫ ମେମ୍ବର ନିଖୋଜ ଅଛନ୍ତି । ଆଜି ସକାଳେ ଏନଡିଆରଏଫର ୮ଟି ବୋଟ ଉଦ୍ଧାର ପାଇଁ ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଥିବା ନେଇ ସୂଚନା ମିଳିଛି । କିନ୍ତୁ ମୃତଦେହଟି ଯବାନଙ୍କର କି ନୁହେଁ ଏଯାବତ ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.