ଜୁଇରୁ ମୃତଦେହ ଜବତ ଘଟଣା ନେଲା ନୂଆ ମୋଡ, ବୋହୂଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ
ଭୁବନେଶ୍ବର : ଭୁବନେଶ୍ବର ସତ୍ୟନଗର ଶ୍ମଶାନ ଜୁଇରୁ ଶବ ଜବତ ଘଟଣା ନେଲା ନୂଆ ମୋଡ । ବୋହୂ ଉପାସନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ସଂପର୍କୀୟ। ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ଅଧାପୋଡ଼ା ମୃତଦେହକୁ ଖାରବେଳନଗର ଥାନା ପୋଲିସ ଉଦ୍ଧାର କରିଛି ।
ବିନା ମୃତଦେହ ବ୍ୟବଛେଦରେ ସତ୍ୟନଗର ଶ୍ମଶାନରେ ଅଶ୍ରୁକଣାଙ୍କ ଅନ୍ତିମସଂସ୍କାର ଚାଲିଥିବାବେଳେ ଖବର ପାଇ ସମ୍ପର୍କୀୟ ଓ ପୋଲିସ ପହଂଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲେ । ସମ୍ପତ୍ତି ଲୋଭରେ ତାଙ୍କୁ ହତ୍ୟା କରାଯାଇଥିିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭଉଣୀ । ସେପଟେ ବୋହୂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଏନେଇ ଖାରବେଳ ଥାନାରେ FIR ରୁଜୁ ହୋଇଛି। ଆଜି AIIMSରେ ମୃତକଙ୍କ ପୋଷ୍ଟମୋର୍ଟମ କରାଯିବ। ମଧୁସୂଦନ ନଗରରେପୂର୍ବତନ ବିଧାୟକ ଅଜୟଙ୍କ ପରିବାର ରୁହନ୍ତି। କିଛି ବର୍ଷ ତଳେ ଅଜୟଙ୍କ ମୃତ୍ୟୁ ପରେ ପୁଅର ମଧ୍ୟ ମୃତ୍ୟୁ ହୋଇଥିଲା। ବୋହୂ ଉପାସନାଙ୍କ ପଖରେ ରହୁଥିଲେ ଅଶ୍ରୁକଣା। ସମ୍ପତ୍ତି ଲୋଭରେ ବୋହୂ ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।