ଅବ୍ଯବସ୍ଥା ନା ଆଉ କିଛି ? ମୃତକଙ୍କ ନାମରେ ଦ୍ୱିତୀୟ କୋଭିଡ ଟିକାକାରଣର ଆସିଛି ପ୍ରମାଣପତ୍ର

ଝାରସୁଗୁଡା(କେନ୍ଯୁଜ୍): ମୃତକଙ୍କ ନାମରେ ଦ୍ୱିତୀୟ କୋଭିଡ ଟିକାକାରଣର ଆସିଛି ପ୍ରମାଣପତ୍ର ! ତେବେ ଏହା କୋଭିଡ ଟୀକାକରଣର ଅବ୍ଯବସ୍ଥା ନା ଆଉ କିଛି ? ମୃତ୍ୟୁ ହେବାର ୭ ମାସ ବିତି ଯାଇଥିଲେ ମଧ୍ୟ ଗତ ୨୧ ତାରିଖ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ ସଫଳତାର ସହ ନେଇଥିବାର ପ୍ରମାଣ ପତ୍ର ଜାରି ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।
ମୃତାଙ୍କ ପରିବାରରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡା ସହର ଠାରେ ରହୁଥିବା ଲିଲା ସୋନି ୮୮ ବର୍ଷ ଗତ ୧ ଅପ୍ରିଲ ୨୦୨୧ ରେ ମୃତ୍ୟୁବରଣ କରିଥିଲେ । ୨୦୨୧ ମାର୍ଚ୍ଚ ୩ ତାରିଖ ସେ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ । ହେଲେ ଗତ ୨୧ ଜାନୁଆରୀରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ମେସେଜ ଆସିଛି ଯେଉଁଥିରେ ସେ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ସଫଳତାର ସହ ନେଇଥିବା ଦର୍ଶାଯାଇଛି । ଦ୍ୱିତୀୟ ଡୋଜ୍ ର ପ୍ରମାଣପତ୍ର ମଧ୍ୟ ଇସୁ ହୋଇଛି ।
ଏଭଳି ଘଟଣାରେ ମୃତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ଯ ପ୍ରକାଶ କରିଛନ୍ତି । ଏନେଇ ମୃତ ବ୍ଯକ୍ତି ନାମରେ ମୃତ୍ୟୁ ପରେ ଦ୍ୱିତୀୟ ଡୋଜ୍ ଟୀକାକରଣର ଏଭଳି ସାର୍ଟିଫିକେଟ ଇସୁ ହେବା ଭଳି ଆଶ୍ଚର୍ଯ୍ଯଜନକ ଘଟଣା ସଂପର୍କ ରେ CDMO ଡକ୍ଟର ଡୋଳାମଣି ପଟେଲଙ୍କୁ ପଚରା ଯିବାରୁ ସେ କହିଛନ୍ତି । ଏ ସବୁ ଅନଲାଇନ୍ ରେ କରାଯାଉଛି କେଉଁଠି କିଛି ତ୍ରୁଟି ଯୋଗୁଁ ଏପରି ହୋଇଥାଇ ପାରେ, ତଥାପି ଏହାର ଅଧିକ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।