ଲଜରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତନାଘନା

କେନ୍ଦୁଝର (କେନ୍ୟୁଜ) : ସହରର କେଉଁଝର ଲଜ୍ରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ଏମ୍ଡି ଉଦରିସ ହୁସେନ ବୋଲି ଚିହ୍ନଟ ହୋଇଛି। ଗତ ୧ ତାରିଖରୁ ସେ ଏହି ଲଜରେ ରହୁଥିଲେ। ଗତକାଲି ରାତିରେ ଲଜ୍ କର୍ମଚାରୀ ତାଙ୍କୁ ଖାଇବାକୁ ଡାକିଥିଲେ । ବାରମ୍ବାର ରୁମ୍ କବାଟକୁ ବାଡେଇଥିଲେ ମଧ୍ୟ ସେ ଶୁଣିନଥିଲେ । ଆଜି ଲଜ୍ ମ୍ୟାନେଜର ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ଆଉ ରୁମ ଭିତରେ ପଡିଥିଲା ବ୍ୟବସାୟୀଙ୍କ ମୃତଦେହ। ରୁମରୁ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ।

Leave A Reply

Your email address will not be published.