କେନ୍ଦୁଝର : ଗ୍ରାମରକ୍ଷୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ଗ୍ରାମରକ୍ଷୀଙ୍କୁ ହତ୍ୟା। କେନ୍ଦୁଝର ତୁରୁମୁଙ୍ଗା ପୁଟୁଗାଁର ଗ୍ରାମରକ୍ଷୀ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତେନ୍ତୁଳିଖୁଣ୍ଟି ହାଟ ନିକଟରେ ପଡିଛି ମୃତଦେହ। ତାଙ୍କ ମୁଣ୍ଡ ଗୋଡରେ ଗଭୀର କ୍ଷତ ରହିଛି। କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା ସେନେଇ ଜଣାପଡିନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟା ପରେ ତାଙ୍କୁ ଘୋଷାଡି ଘୋଷଡି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।