ବ୍ରାହ୍ମଣଙ୍କୁ ମିଳିନଲାନି ଚାରି କାନ୍ଧ , ୨ଦିନ ହେଲାଣି ପଡି ରହିଛି ମୃତଦେହ

ମାଲକାନଗିରି(କେନ୍ୟୁଜ୍) : ହଜିଯାଉଛି ମାନବିକତା । ମୃତଦେହକୁ ମିଳୁନି ଚାରି କାନ୍ଧ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ୍‌ ବାଲିଗୁଡା ଗାଁର ଜଣେ ବ୍ରାହ୍ମଣଙ୍କ ମୃତଦେହ ୨ଦିନ ହେଲାଣି ପଡି ରହିଛି। ମୃତକ ହେଲେ ଗାଁର ତୀର୍ଥ ସାହୁ । ଗାଁରେ ଅଧିକ କ୍ଷତ୍ରିୟ ପରିବାର ରହନ୍ତି । ତେଣୁ ପୂର୍ବରୁ ବ୍ରାହ୍ମଣ ଜଣକ ଭିକ ମାଗୁଥିବାରୁ ତାଙ୍କ ମୃତଦେହ ପାଖକୁ କେହି ଆସୁନାହାନ୍ତି ।