ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଉଦ୍ଧାର

ବାଙ୍ଗିରିପୋଷି : ପୋଖରୀ ଭିତରୁ ହାତୀ ଛୁଆର ମୃତ ଦେହ ଉଦ୍ଧାର । ତିନି-ଚାରି ଦିନ ପୁର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ । ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ହାତୀ ଛୁଆର ମୃତ ଦେହ ଉଦ୍ଧାର । କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି ।
ଗ୍ରାମବାସୀ ପୋଖରୀକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଦେଖିବାକୁ ପାଇଥିଲେ । ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଛୁଆର ବୟସ ତିନ – ଚାରି ମାସ ହେବ ବୋଲି ଆକଳନ । ଶବ ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ ।
ସେପଟେ ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବା ବେଳେ ବନ୍ୟଜନ୍ତୁର ସୁରକ୍ଷା ଓ ଚାଲାଣ ରୋକିବାରେ ବିଫଳ ହୋଇଥିବ ଅଭିଯୋଗ ହୋଇଛି । ଏଠାରେ ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ବାଙ୍ଗିରିପୋଷି ରେଞ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତ ବାଲିଆଢିପା ଶିମିଳିପାଳ ଅଭୟାରଣ୍ୟ ନିକଟରେ ଏକ ମାଈ ହାତୀ ମରିଥିଲା ।