ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଶୁଭିଲା ଭୟଙ୍କର ଶବ୍ଦ, ଥରି ଉଠିଲା ଘର

ଭଦ୍ରକ/ଯାଜପୁର/ଆନନ୍ଦପୁର(କେନ୍ୟୁଜ୍):ଭୟଙ୍କର ଓ ପ୍ରଚଣ୍ଡ ଶବ୍ଦ । ବୋମା ବିସ୍ଫୋରଣ ଭଳି ଲାଗିଲା । ଥରିଗଲା ଘରଦ୍ୱାର । ପ୍ରଚଣ୍ଡ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳ । ଦିନ ପାଖାପାଖି ୧୧ଟା ବେଳେ ଭୟଙ୍କର ଶବ୍ଦ ଶୁଣିଥିଲେ ଲୋକ ।

କିଛି ସମୟ ପାଇଁ କେହି କିଛି ବୁଝି ପାରିଲେ ନାହିଁ । କଣ ହେଲା ଓ କାହିଁକି ଏତେ ଜୋରରେ ଥରିଲା ଘରଦ୍ୱାର । ଭୟରେ ଲୋକ ଘରୁ ବାହାରି ଆସିଥିଲେ । ଘର କବାଟ ଝରକା ଥରି ଉଠିଲା । ଭଦ୍ରକର ବନ୍ତ ଅଞ୍ଚଳ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ରୋଡ୍‌ ଆଦି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । କେଉଁ କାରଣରୁ ଏତେ ବଡ଼ ଶବ୍ଦ ହେଲା ଜଣା ପଡିନି ।

Leave A Reply

Your email address will not be published.