ରାଜ୍ଯ ସରକାରଙ୍କ ଦୀପାବଳି ଭେଟି, ବଢିଲା ସରକାରୀ ଉଦ୍ଯୋଗର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ବର : ସରକାରୀ ଉଦ୍ଯୋଗର କର୍ମଚାରୀଙ୍କୁ ରାଜ୍ଯ ସରକାରଙ୍କ ଦୀପାବଳି ଭେଟି । ବଢିଲା ମହଙ୍ଗା ଭତ୍ତା । ସରକାରୀ ଉଦ୍ଯୋଗର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ହୋଇଛି । ପୂର୍ବରୁ ଏହା ୭ ପ୍ରତିଶତ ଥିବା ବେଳେ ଏହାକୁ ୯ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।
ଏହାପୂର୍ବରୁ ଦଶହରାରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୭ %ରୁ ବୃଦ୍ଧି କରି ୯% କରିଥିଲେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ।