ଢେଙ୍କାନାଳ : ବାରହା ଫାଶ ନେଲା ୨ଜଣଙ୍କ ଜୀବନ

ଢେଙ୍କାନାଳ(କେନ୍ୟୁଜ୍) : ବାରହା ଫାଶ ନେଲା ୨ଜଣଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଝାଡ଼ବେରେଣୀ ଗାଁରେ ଘଟିଛି ଅଭାବନୀୟ ଘଟଣା। ରକଲା ଗାଁର ୨ଜଣ ବିଳମ୍ବିତ ସନ୍ଧ୍ୟାରେ ଝାଡୁବେରେଣୀ ପାହାଡ଼ ତଳ ଜଙ୍ଗଲିଆ ରାସ୍ତାରେ ଫେରୁଥିବା ବେଳେ ବାରହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ ତାର ଫାଶରେ ପଡ଼ିଯାଇଥିଲେ। ରାସ୍ତା ଅନ୍ଧାର ଥିବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ମୃତକମାନେ ଯତୀଶ ନାୟକ ଓ ଶୁକଦେବ ନାୟକ ଏବଂ ସେମାନେ ଶଳା-ଭିଣୋଇ ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବିଦ୍ୟୁତ ତାର ବର୍ତ୍ତମାନ ସୁଦ୍ଧା ଲାଗିରହିଥିବା ବେଳେ ପୋଲିସ ଜଗି ରହିଛନ୍ତି।