କାଳ ହେଲା ପାରିବାରିକ ବିବାଦ: ବେକରେ ରଶି ଲଗାଇ ଝୁଲିପଡିଲେ ଯୁବକ

ସାଲେପୁର (କେନ୍ୟୁଜ): ଏକ ଅଭାବନୀୟ ଘଟଣା ଘଟିଛି ପାଗା ଫାଣ୍ଡି ଅଞ୍ଚଳରେ । ଯେତେବେଳେ ମାନସିକ ଚାପ ଆସିଥାଏ ସେତେବେଳେ ମଣିଷ ବାଛି ନେଇଥାଏ ମୃତ୍ୟୁର ବାଟକୁ । ଯେପରି କରିଛନ୍ତି ପ୍ରତାପ ମାଝୀ । ହଁ ଆଜ୍ଞା ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଫାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମରେ । ଏହି ଗ୍ରାମରେ ବାସ କରନ୍ତି ପ୍ରତାପ ମାଝୀ ଓ ତାଙ୍କ ପରିବାର । ହସ ଖୁସିରେ ସମୟ ବିତୁଥିଲା ବେଳେ ଅଶାନ୍ତିର କଳା ବାଦଲ ଛାଇ ଯାଇଥିଲା ତାଙ୍କ ପରିବାର ଉପରେ । ସୂଚନା ମୂତାବକ ପ୍ରତାପ ମାଝୀ ପ୍ରଥମେ ବିବାହ ହୋଇଥିଲେ ଓ ପରେ ଦ୍ୱତୀୟ ବିବାହ କରିଥିଲେ ।

ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ପାଗା ଫାଣ୍ଡି ରେ ଅଭିଯୋଗ କରିଥିଲେ । ପାଗା ଫାଣ୍ଡି ଅଧିକାରୀ ପ୍ରତାପ ମାଝୀଙ୍କୁ ଡକାଇ ଆଲୋଚନା କରି ଏହି କେଶକୁ ରଫାଦଫା କରିବାକୁ କହିଥିଲେ । ଏଥିରେ କଣ ହେଲା କେଜାଣି ଗତ କାଲି ପ୍ରତାପ ମାଝୀ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହା ପାରିବାରିକ କଳହ କିମ୍ବା ଆଉ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ପାଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଚଳାଇଛି । ତଦନ୍ତ ପରେ ଜଣାପଡିବ ଏହା ଆତ୍ମହତ୍ୟା ନା ଆଉ କଣ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.