ମୃତ୍ୟୁ ଛକିଥିଲା ମହାନଦୀରେ; ଯୋବ୍ରାରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୩ ସାଙ୍ଗ, ଜଣେ ମୃତ, ଅନ୍ୟ ୨ ନିଖୋଜ

କଟକ (କେନ୍ୟୁଜ): ମୃତ୍ୟୁ ଛକିଥିଲା ମହାନଦୀରେ। ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଡ଼ି ଜଣଙ୍କ ମୃତ୍ୟୁ । ଅନ୍ୟ ୨ ନାବାଳକଙ୍କ ପତ୍ତା ମିଳୁନାହିଁ । ମୃତକ ଚାରିଘରିଆ ଅଞ୍ଚଳର ମହମ୍ମଦ ସାହିଲ । କାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ସାଙ୍ଗ ମହମ୍ମଦ ସାହିଲ, ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକି ବୁଡ଼ିଯାଇଥିଲେ ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆୟୁର ଖାଁ ଓ ମହମ୍ମଦ ସିଦ୍ଧିକିଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ନିୟୋଜିତ ଅଛନ୍ତି । ଗତ ମାର୍ଚ୍ଚ ୨୯ରେ ନରାଜ ନିକଟ ମହାନଦୀରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.