କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର ସନ୍ଦେହ ଜନକ ମୃତ୍ୟୁ । ଅପରାହ୍ନରେ ସେ ଥୁଆମୂଳ ରାମପୁର ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ବେଳେ ସଂଜ୍ଞାହୀନ ହୋଇପଡିଥିଲେ । ପରେ ତାଙ୍କୁ ବିଭାଗୀୟ କର୍ମଚାରୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପ୍ରର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ମୃତ ଫରେଷ୍ଟର ପ୍ରକାଶଙ୍କ ଘର ଜୁନାଗଡ଼ ବ୍ରାହ୍ମଣ ପଡା । ସେ ଭବାନୀପାଟଣାରେ ସ୍ତ୍ରୀ ଓ ଝିଅ ସହିତ ରହୁଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ତାଙ୍କ ଅଫିସରେ କାମ କରୁଥିବା ବେଳେ ଚୌକିରେ ଶୋଇପଡ଼ିଥିଲେ। ତେବେ ଦୀର୍ଘ ସମୟ ଧରି ସେ ଚୌକିରେ ଶୋଇ ରହିବାରୁ ଅନ୍ୟ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା । ସେମାନେ ତାଙ୍କୁ ଉଠାଇଥିଲେ । କିନ୍ତୁ ସେ ଉଠି ନଥିଲେ । ତେଣୁ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେଷ୍ଟର ପ୍ରକାଶ ମିଶ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ହୃଦଘାତରୁ ନା ଅନ୍ୟ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ । ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।