ସାନଖେମୁଣ୍ଡି ରାଜମାତାଙ୍କ ପରଲୋକ, ୮୦ ବର୍ଷ ବୟସରେ ଦେହାନ୍ତ
ବ୍ରହ୍ମପୁର : ପରଲୋକରେ ରାଜମାତା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ରାଜମାତା ସାବିତ୍ରୀ ପାଟମହାଦେବୀଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ସ୍ୱର୍ଗୀୟ ରାଜାସାହେବ ଡ. ଉଦୟ ନାରାୟଣ ଦେବଙ୍କ ଧର୍ମପତ୍ନୀ ସାବିତ୍ରୀ ପାଟମହାଦେବୀ । ସାବିତ୍ରୀ ଦେବୀ ପଶ୍ଚିମବଙ୍ଗ ଝାରଗ୍ରାମ ରାଜା ଶ୍ରୀ ନରସିଂହ ମଲ୍ଲ ଉଗଳ ଦେବ ଓ ରାଣୀ ବିନୋଦା ମଞ୍ଜରୀ ଦେବୀଙ୍କ ଝିଅ । ସେ ସାନଖେମୁଣ୍ଡି ରାଜା ତଥା ପୂର୍ବତନ ବିଧାୟକ ରାଜା ସାହେବ ଡ. ଉଦୟନାରାୟଣ ଦେବଙ୍କୁ ୧୯୬୬ ମସିହାରେ ବିବାହ କରିଥିଲେ। ଗତ ୨୦୨୨ରେ ରାଜା ସାହେବଙ୍କ ଦେହାନ୍ତ ହୋଇଥିଲା । ବର୍ତ୍ତମାନ ତାଙ୍କ ପୁଅ ବୀରକିଶୋର ଦେବ ସାନଖେମୁଣ୍ଡି ରାଜପଦରେ ରହିଛନ୍ତି l ପରମ୍ପରା ଅନୁସାରେ ପୋଡାମାରି ସ୍ଥିତ ରାଜ ଶ୍ମଶାନରେ ରାଜମାତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।