ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ : ପୁରୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ପିପିଲି ହାଟ ଛକର ସେକ୍ ଅବଦୁଲ ଅମିର । ବ୍ରାଉନସୁଗର ବେପାର ଅଭିଯୋଗରେ ଅବଦୁଲ ଗିରଫ ହୋଇ ଜେଲରେ ଥିଲେ । ପିପିଲି ପୋଲିସ ସହାୟତାରେ ଅବଦୁଲଙ୍କୁ ଗିରଫ କରିଥିଲା ପୁରୀ ପୋଲିସ । ଗିରଫ ପରେ ତାଙ୍କୁ ପୁରୀ – କୋଣାର୍କ ରୋଡ ସ୍ଥିତ ବାଙ୍ଗର ଜେଲରେ ରଖିଥିଲା ପୋଲିସ । ଗିରଫ ହେବା ସମୟରେ ଅବଦୁଲ ସମ୍ପୂର୍ଣ୍ଣ ସୁସ୍ଥ ଥିଲା ବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି ।
ଅମିର ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯିବା ସମୟରେ କିମ୍ବା ତା ପରେ ମଧ୍ୟ ପରିବାର ଲୋକଙ୍କୁ ଖବର ଦିଆଯାଇନଥିଲା । ଅବଦୁଲଙ୍କ ହାତ ଦାଗ ଓ ପାଟିରୁ ରକ୍ତ ବାହାରୁଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅବଦୁଲଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବୀ କରିଛନ୍ତି ।
ଅନ୍ୟପଟେ ପୋଲିସ ତାଙ୍କୁ ବଳପୂର୍ବକ ଗିରଫ କରିବା ସହ ଘରୁ ସମସ୍ତ ଟଙ୍କା ନେଇଯାଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକ ଦାବି କରିଛନ୍ତି ।