ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ
ସାଲେପୁର: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପକ୍ସୋ କୋର୍ଟ । ସମସ୍ତ ତଥ୍ୟ ପ୍ରମାଣ ଓ ୨୩ଜଣ ସାକ୍ଷୀଙ୍କ ଆଧାରରେ ମୁହମ୍ମଦ ମୁସ୍ତାକକୁ ପକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।
ଗତ ୨୦୧୮ ଏପ୍ରିଲ୍ ୨୧ ତାରିଖରେ ସାଲେପୁର ଜଗନ୍ନାଥପୁରର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ମହମ୍ମଦ ମୁସ୍ତାକ ନାମକ ଯୁବକ ଚକ୍ଲେଟ୍ ଦେଇ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଥିଲା। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମୁର୍ମୂଷ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ସାଲେପୁର ଥାନା ପୋଲିସ ୨୦୧୮ ମେ ୧୦ରେ ଚାର୍ଜସିଟ୍ ଦାଖଲ କରିଥିଲା ସେହିପରି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ଜଗତସିହପୁର ADJ କୋର୍ଟ । । କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଗଡ଼ହରୀଶପୁର ଗାଁରେ ୨୦୧୮ ମାର୍ଚ୍ଚ ୨୧ରେ ଏରସମା ବଡହରିପୁର କାଜୁ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିଲା ଲବ ।