ରାଜ୍ୟର ପାଇଁ ଆଶ୍ବସ୍ତିକର ଖବର, ହ୍ରାସ ପାଇଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ମସିହା ଜୁଲାଇ ମାସରେ ଓଡ଼ିଶାରେ ରାସ୍ତା ଦୁର୍ଘଟଣାରେ ୩୯୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ୨୦୨୨ ଜୁଲାଇ ମାସରେ ଏହି ସଂଖ୍ୟା ୩୮୩କୁ ଖସିଛି। ଯାହାକି ୪.୦୧ ପ୍ରତିଶତ ହ୍ରାସ ବୋଲି ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମକୁ କଡାକଡି ଲାଗୁ କରାଯାଇ ଥିବାରୁ ମୃତ୍ୟୁ ହାର କମିଥିବା ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି। ୨୦୨୧ ମସିହାର ପ୍ରଥମ ତିନିମାସ ତୁଳନାରେ ୨୦୨୨ ମସିହାରେ ପ୍ରଥମ ତିନି ମାସରେ ଦୁର୍ଘଟଣା ସଂଖ୍ୟା ହ୍ରାସ ହୋଇଛି।

କିନ୍ତୁ ୨୦୨୧ ମସିହାର ଦ୍ୱିତୀୟ ତିନିମାସ ଲକଡାଉନ ଥିବାରୁ ୨୦୨୨ ଦ୍ୱିତୀୟ ତିନିମାସରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ରାଜ୍ୟରେ ଏନଫୋର୍ସମେଣ୍ଟ କଡାକଡି କରାଯାଇ ଥିବାରୁ ଏହାର ସୁଫଳ ମିଳିଥିବା ସେ କହିଛନ୍ତି। ୨୦୨୧- ୨୨ ବର୍ଷରେ ମୋଟ ୨ଲକ୍ଷ ୪୭ ହଜାର ୯୪୫ ଇ-ଚାଲାଣ ହୋଇଥିଲା ବେଳେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାତ୍ର ୬ ମାସ ମଧ୍ୟରେ ୨ ଲକ୍ଷ ୮୬ ହଜାର ୬୮୨ ଇ-ଚାଲାଣ କଟାଯାଇଛି।

Leave A Reply

Your email address will not be published.