ରାଜ୍ୟ

କୁଚିଣ୍ଡା : ଚିନ୍ତାମଣିଙ୍କ ମୃତ୍ୟୁ କିଭଳି ହେଲା ? ମାଟି ତଳୁ ଶବ ବାହାର କରି ତଦନ୍ତ ଆରମ୍ଭ କଲା ପୋଲିସ୍‌, ସନ୍ଦେହ ଭିତରେ ପରିବାର ଲୋକେ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ପଞ୍ଚାୟତ ବୁଣ୍ଡୁକାମାଲ ଗ୍ରାମରେ ଗତ ୧୭ ତାରିଖ ଘଟିଥିବା ଏକ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ୍ୟୁର ସନ୍ଦେହଜନକ ଥିବା ନେଇ ଅଭିଯୋଗ ହେବା ପରେ ଆଜି ପୋଲିସ୍‌ ମାଟିତଳୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି।

ଗତ ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିବା ପରେ ବୁଣ୍ଡୁକାମାଲ ଗ୍ରାମର ଚିନ୍ତାମଣି ନାଏକ (୫୦)ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପତ୍ନୀ ସୌଦାମିନୀ ନାଏକ ତୁରନ୍ତ ପୁଅ ଆକାଶକୁ ଡକାଇ ତାଙ୍କୁ ମେଡିକାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ଶବ ଘରକୁ ଫେରାଇ ଆଣିଥିଲେ। ପରଦିନ ସକାଳେ ଗାଁ ଶ୍ମଶାନରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସାମାଜିକ ରୀତି ଅନୁସାରେ ପୋତି ଦିଆଯାଇଥିଲା। ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ମୃତକଙ୍କ ଫୋଟୋ ମଧ୍ୟ ଉଠା ଯାଇଥିଲା। ସେଥିରେ ମୃତକଙ୍କ ବେକରେ ଏକ କଳା ଦାଗ ଦେଖିବାକୁ ମିଳିଥିଲା। ଫଟୋଟି ଭାଇରାଲ ହେବା ସହ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣାର ସତ୍ୟତା ଜାଣିବା ପାଇଁ ଗ୍ରାମବାସୀ ଏକ ବୈଠକ ଡାକି ପରିବାରବର୍ଗଙ୍କୁ ଉପସ୍ଥିତ ହେବାକୁ କହିଥିଲେ । ମାତ୍ର ପରିବାରର କୌଣସି ସଦସ୍ୟ ଏହି ବୈଠକରେ ସାମିଲ ନ ହେବାରୁ ଗାଁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଶେଷରେ ଗ୍ରାମବାସୀ ପୁଲିସର ଦ୍ଵାରସ୍ଥ ହୋଇଥିଲେ।

ଶୁକ୍ରବାର ଅପରାହ୍ଣରେ ଗ୍ରାମର କିଛି ଯୁବକ ପ୍ରଥମେ ଗଡ଼ପୋଷ ଫାଣ୍ଡି ଓ ପରେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ବ ଦେଇ ପ୍ରଥମେ ଗୋବିନ୍ଦପୁର ଥାନା କେସ୍ ନମ୍ବର ୨୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍‌ ଅନୁସନ୍ଧାନ ଆରମ୍ଭ କରିଥିଲେ। ଘର ଲୋକଙ୍କୁ ଜେରା କରିବା ପରେ ଶବ ପୋତା ହୋଇଥିବା ସ୍ଥାନର ତଦନ୍ତ କରି ସେଠାରେ ଜଗିବାର ବ୍ୟବସ୍ଥା କରିଥିଲେ। ଶନିବାର ଶବ ଖୋଳାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ଵାଭାବିକ ମୃତ୍ୟୁ ନା ଅନ୍ୟ କିଛି ତାହା ସ୍ପଷ୍ଟ ହେବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର କହିଛନ୍ତି।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

30 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

49 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

57 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago