ଆଜିଠୁ ଶ୍ରାୀମନ୍ଦିରରେ ଆରମ୍ଭ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜିଠୁ ଶ୍ରାୀମନ୍ଦିରରେ ଦେବ ଦୀପାବଳୀ ଆରମ୍ଭ । ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ନୀତି ଆରମ୍ଭ ହେବ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିିନିଦିନ ଧରି ଏହି ନୀତି ଚାଲିବ ।

ଏ ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଭକ୍ତଙ୍କୁ ମଧ୍ୟ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏ ଅବସରରେ ତିନି ଠାକୁର ଶ୍ୱେତ ବସ୍ତ୍ର ପରିଧାନ କରିବେ । ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ।

Leave A Reply

Your email address will not be published.