ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର, ମାର୍ଗଶୀର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଛି ଦେବ ଦୀପାବଳି

ପୁରୀ: ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର। ମାର୍ଗଶୀର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଛି ଦେବ ଦୀପାବଳି। ୩ଦିନ ପାଇଁ ମହାପ୍ରଭୁଙ୍କୁ ଶ୍ରାଦ୍ଧବେଶ କରାଯାଇଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଶ୍ରାଦ୍ଧ ଏବଂ ଦୀପଦାନ ବିଧି ରହିଛି । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ୩ଦିନ ଧରି ଏହି ନୀତି ଯଥାବିଧି ପାଳନ ପରମ୍ପରା ରହିଛି।

ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ମହାପ୍ରଭୁ । ତେବେ ଦ୍ୱିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.