କାଠଯୋଡ଼ିକୁ ଡେଇଁ ଦେବବ୍ରତଙ୍କ ଆତ୍ମହତ୍ୟା ମାମଲା, ପିଉସୀ ଶାଶୂଙ୍କ ଘରେ ଦେବବ୍ରତ ବୋଲି କହିଲେ ବାପା

ନିଆଳି (କେ ନ୍ୟୁଜ୍‌)  : ସାତ ଦିନ ବିତିଲା । ତଥାପି କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ କଟକ ଜିଲ୍ଲା ନିଆଳିର କରଞ୍ଜ ଗାଁର ଯୁବକ ଦେବବ୍ରତଙ୍କ ସନ୍ଧାନ ମିଳୁନି । ଏଭଳି ସ୍ଥିିତିରେ ନିଖୋଜ ଦେବବ୍ରତଙ୍କ ବାପା ଏବେ ଦେଇଛନ୍ତି ବିସ୍ଫୋରକ ବୟାନ୍ । କହିଛନ୍ତି ଦେବବ୍ରତ ଏବେ ପିଉସୀ ଶାଶୂଙ୍କ ଘରେ ଅଛନ୍ତି । ଟଙ୍କା ହଡପ ପାଇଁ ଚକ୍ରାନ୍ତ ଚାଲିଛି । ସେପଟେ ଦୋଷୀକୁ ଦଣ୍ଡ ଦେବା ସହ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଦେବବ୍ରତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।

ତେବେ ପ୍ରକୃତରେ ଦେବବ୍ରତ କେଉଁଠି ଏବଂ ତାଙ୍କ ବାପାଙ୍କ ଏଭଳି କହିବା ପଛରେ କଣ ରହସ୍ୟ ଅଛି, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ଯଦି ପ୍ରକୃତରେ ତାଙ୍କ କଥା ସତ ଓ ଦେବବ୍ରତ କେଉଁଠାରେ ଲୁଚି ରହିଛନ୍ତି ତେବେ ଏହା ଏକ ସାଂଘାତିକ ଅପରାଧ ହେବ । କାରଣ ଜଣେ ବ୍ୟକ୍ତିଙ୍କ ପାଇଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କୁ ଖୋଜିବା ଲାଗି ବେଶ୍‌ କିଛି ଦିନ ପ୍ରଶାସନ, ଓଡ୍ରାଫ୍‌ ଟିମ୍‌ ସମସ୍ତେ କାମରେ ଲାଗିଥିଲେ ।