ରାଜ୍ୟ

କନ୍ଧମାଳର ଗୌରବ ଦେବାନନ୍ଦ ସାହୁ, ୨୦୧୯ ଓସିଏସ୍‌ରେ ହାସଲ କରିଛନ୍ତି ୮୯ ର‍୍ୟାଙ୍କ୍‌

କନ୍ଧମାଳ(କେନ୍ଯୁଜ୍): ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦେବାନନ୍ଦ ସାହୁ । ଖଜୁରୀପଡ଼ା ବ୍ଲକ୍‌ର ଦେବାନନ୍ଦ ୨୦୧୯ ଓସିଏସ୍‌ରେ ୮୯ ର‍୍ୟାଙ୍କ୍‌ ହାସଲ୍‌ କରିଛନ୍ତି । ପ୍ରାଇମେରି ଶିକ୍ଷାରୁ ଉଚ୍ଚ ଶିକ୍ଷା ଯାଏ ସବୁଥିରେ ଭଲ ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଛନ୍ତି ଦେବାନନ୍ଦ ।

୨୦୦୯ରେ ଦଶମ ଶ୍ରେଣୀରେ ଖଜୁରୀପଡାରେ ଟପ୍ପର ହୋଇଥିଲେ । ପରେ ଭୁବନେଶ୍ୱର ସ୍ଥିତ ଘରୋଇ ରେସିଡେନ୍ସିଆଲ୍ କଲେଜ୍‌ ରେ ଯୁକ୍ତ ଦୁଇ, ନୟାଗଡ ସରକାରୀ କଲେଜ୍‌ ରେ ଯୁକ୍ତ ୩ ଫିଜିକ୍ସ ଅନର୍ସରେ ଶିକ୍ଷା ଲାଭ କରିଥିଲେ । ଦେବଗଡ କଲେଜ୍‌ରେ ଅଧ୍ୟାପକ ଭାବେ ଚାକିରି କରିଥିଲେ । ଏସି ସମୟରେ ସାଙ୍ଗ ମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ସଫଳତା ପାଇଁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହାସହ ପଢନ୍ତୁ:

ସେହିପରି ଯାଜପୁର ଜିଲ୍ଲାକୁ ମିଳିଛି ଏକାଧିକ ସଫଳତା । ଜିଲ୍ଲାର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା ଟପର ହୋଇଥିବା ବେଳେ ଜାରକା ନିବାସୀ କଳ୍ପିତା ଜେନା ୭୮ତମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ଉଭୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଫଳ ପ୍ରକାଶ ପାଇସାରିଛି । ଏଥିରେ ଯାଜପୁର ଜିଲ୍ଲା ଧର୍ମଶାଳାରୁ ଦୁଇଜଣ ପରୀକ୍ଷାରେ ସଫଳ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ବେଳେ ୭୮ତମ ସ୍ଥାନରେ ରହିଛନ୍ତି କଳ୍ପିତା ଜେନା । ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଅଭିମନ୍ଯୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ୱିନୀ । ପ୍ରଥମ ପରୀକ୍ଷାରେ ହିଁ ସଫଳତା ପାଇ ପାରିଛନ୍ତି । ସେ କେବଳ ସଫଳ ହୋଇନାହାନ୍ତି ରାଜ୍ଯର ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଚଣ୍ଡିଖୋଲ ଜନକଲ୍ଯାଣ ହାଇସ୍କୁଲରୁ ପାଠପଢା ସାରି ପରେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ । ପୁଅର ସଫଳତା ପରେ ବେଶ ଉତ୍ସାହିତ ଅଛନ୍ତି ପରିବାରଲୋକେ । ଅଶ୍ୱିନୀ ନିଜର ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଛନ୍ତି । ଦିନକୁ ୮ଘଂଟାର ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଆଗାମୀ ଦିନରେ ସେ ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରିବାକୁ ଲକ୍ଷ ରଖିଥିବା କହିଛନ୍ତି ।

Sonalisa

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

4 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

19 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

29 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

40 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago