ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ !

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିବାବେଳେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ। ପୁରୀରେ ସ୍ନାନବେଦୀକୁ ଶ୍ରୀଜିଉଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାର ଆରମ୍ଭ ହେବ ମଙ୍ଗଳାର୍ପଣ, ୫ଟା ୩୦ରୁ ୭ଟା ୩୦ ମଧ୍ୟରେ ପହଣ୍ଡି ବିଜେ କରାଯିବ। ସକାଳ ୮ଟାରେ ଆରମ୍ଭ ହେବ ମଙ୍ଗଳ ଆଳତୀ। ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଆରମ୍ଭ ହେବ ଜଳବିଜେ ଓ ସ୍ନାନ। ଅପରାହ୍ନ ୩ଟାରେ ଆରମ୍ଭ ହେବ ଛେରାପହଁରା। ୪ଟାରୁ ୫ଟା ମଧ୍ୟରେ ହାତୀବେଶ କରାଯିବ। ସନ୍ଧ୍ୟା ୭ଟାରୁ ରାତି ୯ଟା ୩୦ ମଧ୍ୟରେ ସାହାଣମେଳା ଦର୍ଶନ ହେବ।

ଆଜି ଶ୍ରୀଜିଉଙ୍କୁ ଲାଗି ହେବ ସେନାପଟା। ସାକ୍ଷୀଗୋପାଳରୁ ଆସିଥିବା ବଉଳ କାଠରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ଓ ପହଣ୍ଡି ପାଇଁ ସେନାପଟା ଲାଗି କରାଯିବ । ଦିନବେଳା ଏହି ସେନାପଟା ଲାଗି ହେବ। ତେଣୁ ଏହି ସମୟରେ ପ୍ରାୟ ୭ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା ପାଇଁ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.