ମୃତ୍ୟୁ ପରେ  ଆଉ କାହାର ଦୁନିଆକୁ ଆଲୋକିତ କରିବେ ଅଶୋକ, ସ୍ତ୍ରୀ କରାଇଲେ ଚକ୍ଷୁଦାନ

ଭୁବନେଶ୍ବର(କେନ୍ୟୁଜ୍):  ଅମର ହୋଇ ରହିବେ ଅଶୋକ। ମୃତ୍ୟୁ ପରେ  ଆଉ କାହାର ଦୁନିଆକୁ ଆଲୋକିତ କରିବେ ଅଶୋକ । କାରଣ ଆଜି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗ୍‌ହରେ ଆଖିଦାନ କରାଇଛନ୍ତି ଅଶୋକଙ୍କ ସ୍ତ୍ରୀ।  ଅଶୋକଙ୍କ ମୃତ୍ୟୁ ପରେ ଦୁଃଖକୁ  ଚାପି ରଖି ସ୍ତ୍ରୀ ସୁଜାତା ପଣ୍ଡା ସ୍ବାମୀ ଅଶୋକ ପଣ୍ଡାଙ୍କ ଆଖିକୁ ଦାନ କରି ଗୋଟିଏ ବଡ ମହାନ୍ କାମ କରିଛନ୍ତି ।ଯାହା କି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିବ।

ଅଫେରା ରାଇଜକୁ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା । ରଥଯାତ୍ରାରେ ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ସାତଶଂଖ ପାଖରେ ସଡ଼କ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇଛନ୍ତି ।

୧୯୯୯ ମସିହା ମହାବାତ୍ୟାର ଅଶୋକ ଉଠାଇଥିବା ଫୋଟୋ ଅଶୋକଙ୍କ କାର୍ଯ୍ୟଦକ୍ଷତା ଓ ନିଜର କର୍ମ ପାଇଁ ଥିବା ଭଲ ପାଇବାର ପ୍ରତିଫଳନ । ସମୟ, ଟାଇମ୍ସ ଅଫ ଇଣ୍ଡିଆ ସହ ବହୁ ଜାତୀୟ ଗଣମାଧ୍ୟମରେ ଅଶୋକ କାମ କରିଛନ୍ତି । ତାଙ୍କର ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ତାଙ୍କର ସହକର୍ମୀ ।ମହାବାତ୍ୟାର ଅନେକ ଦୁଃଖକୁ ସେ ଫଟୋ ମାଧ୍ୟମରେ କଏଦ କାରି ଫଟୋ ପଦର୍ଶନୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.