ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟ ଏକକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ଯୁଗାନ୍ତକାରୀ ନିଷ୍ପତ୍ତି:ଡ଼ଃ ବ୍ୟୋମକେଶ ରାୟ
ଭୁବନେଶ୍ୱର (କେନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ନାମରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିବେ। ୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ସହ ରାଜ୍ୟ ରେ ସମସ୍ତ ତିନୋଟି ବୈଷୟିକ ବିଶ୍ଵବିଦ୍ୟାଳୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ରେ ପ୍ରତିଷ୍ଠା ହୋଇ ଆଜି ସମଗ୍ର ଦେଶରେ ଓଡିଶା ବୈଷୟିକ ଶିକ୍ଷା ର ମାନଚିତ୍ର ରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିପାରିଛି। ଏକକ ବିଶ୍ୱ ବିଦ୍ୟାଳୟ ହେବା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଧିକ ଟ୍ରେନିଂ ଓ ଗବେଷଣାର ସୁଯୋଗ ପାଇବେ। ଏହାସହ ସିଇଟି ବିଭିନ୍ନ କମ୍ପାନୀ ସହ ଏମ୍ଓୟୁ କରି ପାରିବ ଏବଂ ଦେଶ ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟ ସହଯୋଗରେ କାମ କରି ପାରିବ। ଏଥିଲାଗି ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବିଲ୍ ୨୦୨୧କୁ ଅନୁମୋଦନ ଦେଇଛି କ୍ୟାବିିନେଟ୍ ।
ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ନେତୃତ୍ବ ରେ ଓଡ଼ିଶାର ବିଜୁ ଯୁବ ଛାତ୍ର ସ୍ବତଃ ପ୍ରବୃତ୍ତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକରେ ମାନ୍ୟବର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି। ଏହା ମଧ୍ୟ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ କହିଥିଲେ କି “ପୂର୍ବରୁ ବୈଷୟିକ ଶିକ୍ଷା ଆହରଣ ପାଇଁ ଓଡ଼ିଶା ର ଯୁବ ଛାତ୍ର ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପଣ୍ଣ ନିଷ୍ପତ୍ତି ଦ୍ଵାରା ଓଡ଼ିଶା ଆଜି ସମଗ୍ର ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରର ହବ୍ ପାଲଟିଯାଇଛି। ଏହି ନୂତନ ଏକକ ବିଶ୍ବବିଦ୍ୟାଳୟ ବୈଷୟିକ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ବୈଷୟିକ ଜ୍ଞାନକୋୖଶଳ ଏବଂ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ” ।
ଅନ୍ୟପଟେ ରାଜ୍ୟ ସରକାର ଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ମୁଁ ଓଡ଼ିଶା ର ଅଗଣିତ ଯୁବଛାତ୍ରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ବୋଲି ବ୍ୟୋମକେଶ ରାୟ କହିଛନ୍ତି। କୋଭିଡ୍ ୧୯ ର ସମସ୍ତ ନିୟମ କୁ ପାଳନ କରି ଅନୁଷ୍ଠିତ ଏହି ଧନ୍ୟବାଦ୍ ପର୍ବ ରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ମହାସଚିବ ଏଲିନା ଦାସ, ଭୁବନେଶ୍ୱର ଜିଲ୍ଲାସଭାପତି ସମରେଶ ବେଉରା,ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନା ମୟୀ ପରିଡ଼ା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି, ଶୁଭ୍ରାଂଶୁ ମିଶ୍ର, ଉପସଭାପତି ସୁନିଲ୍ ପଣ୍ଡା, ସାଧାରଣ ସମ୍ପାଦକ ମଳୟ ରଂଜନ ପତି,ଆଶିଷ ରଂଜନ ମିଶ୍ର,ଶୁଭ୍ରଜିତ ପାଢ଼ୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥୀ ମୂଦୁଲି,ବାଣୀ କଲ୍ୟାଣ ମହାନ୍ତି, ଅବତାରରେ ଆଲାମ, ବାସୁଦେବ ସାହା,ଲଗ୍ନଦୀପା ମିଶ୍ର,ଅପଣ୍ଣା ଦାସ,ଶିବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।