କାମାକ୍ଷାନଗର : ଜଙ୍ଗଲରୁ ହାତୀର ଗଳିତ କଙ୍କାଳ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜର ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ହାତୀର ଗଳିତ କଙ୍କାଳ ଉଦ୍ଧାର ହୋଇଛି । ହାତୀଟିର ବୟସ ଆନୁମାନିକ ୬ରୁ ୭ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁ ଓ ଢେଙ୍କାନାଳ ଡିଏଫଓ ପହଞ୍ଚି ତଦନ୍ତ କରୁଛନ୍ତି । ମହାବିରୋଡ଼ ରେଞ୍ଜ ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ମିଳିଲା ହାତୀର ଗଳିତ କଙ୍କାଳ । ଜଙ୍ଗଲ ଭିତରେ ହାତୀର କଙ୍କାଳ ପଡ଼ିଥିବା ନେଇ ସୂଚନା ପାଇବା ପରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ହାତୀର ମୃତ୍ୟୁ କେବେ ଓ କେଉଁ କାରଣରୁ ହୋଇଥିଲା, ସେନେଇ ତଦନ୍ତ ଜାରି ରହିଛି ।
Also read : Tusker’s Water Frolic: ଦନ୍ତା ହାତୀର ଜଳକ୍ରୀଡ଼ା, ନିକଟକୁ ନଯିବାକୁ ବନବିଭାଗର ପରାମର୍ଶ