ରାଜ୍ୟରେ ଟ୍ରାଫିକ୍‌ ଫାଇନ କମିବାନେଇ ପରିବହନ ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ କମିପାରେ ଟ୍ରାଫିକ୍‌ ଫାଇନ । ଅତ୍ୟଧିକ ଫାଇନ୍‌ ଆଦାୟର ସରଳୀକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେତେ ଫାଇନ କମାଇବୁ, ତର୍ଜମା ହେବ । ଫାଇନ କମାଇଲେ ତାର ପ୍ରଭାବ କ’ଣ ପଡ଼ିବ, ସେନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ । ଫାଇନ କମାଇଥିବା ରାଜ୍ୟଗୁଡ଼ିକୁ ଅନୁଧ୍ୟାନ କରୁଛୁ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ରାଜ୍ୟର ଫାଇନ କମିଲେ, କେତେ କମିପାରେ । ହେଲମେଟ୍‌ ପିନ୍ଧିନଥିଲେ ଏବେ ଦେବାକୁ ପଡୁଛି ୧ହଜାର ଟଙ୍କା । ଏହା କମି ୫୦୦ଟଙ୍କା ହୋଇପାରେ । ଏବେ ବିନା ଊଖରେ ଗାଡି ଚଲାଇଲେ ୫ ହଜାର ଫାଇନ ଦେବାକୁ ପଡୁଛି । ୨ ଚକିଆ ଓ ୩ ଚକିଆ ପାଇଁ କମିପାରେ ଫାଇନ । ୪ ଚକିଆ ଗାଡି ପାଇଁ ଫାଇନ ସମାନ ରହିପାରେ । ମଦପିଇ ଗାଡି ଚଲାଉଥିବା ଚାଳକଙ୍କୁ ମିଳିବନି ରିହାତି । ସିଟ୍‌ବେଲ୍ଟ ପିନ୍ଧି ନଥିଲେ ୫ଶହ ହୋଇପାରେ ଫାଇନ । ଏବେ ୧ହଜାର ଫାଇନ ଦେବାକୁ ପଡୁଛି । ସେହିପରି ପଲ୍ୟୁସନ ପ୍ରମାଣପତ୍ର ନଥିଲେ ଗଣିବାକୁ ପଡୁଛି ୧୦ ହଜାର ଟଙ୍କା । ପ୍ରଥମ ଥର ଧରାପଡିଲେ ଦେବାକୁ ପଡିପାରେ ୨ହଜାର ଟଙ୍କା । ପରେ ଏହାକୁ ବଢାଇବାକୁ ସରକାର ଚିନ୍ତା କରୁଛନ୍ତି ।