ଭୁବନେଶ୍ବର(କେନ୍ୟୁଜ୍) : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଡିପ ଡିପ୍ରେସନ ଘନୀଭୂତ ହୋଇ କ୍ରମଶଃ ବାତ୍ୟାର ରୂପ ନେଉଛି । ବର୍ତ୍ତମାନ ଏହା ଘଣ୍ଟାକୁ ୧୧କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଠାରୁ ୧୦୪୦ କିମି ଓ ତାମିଲନାଡ଼ୁର ଚେନ୍ନାଇ ଠାରୁ ୮୭୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ବର୍ତ୍ତମାନ ଝଡବାତ୍ୟା ଗଭୀର ଅବପାତ ରୂପରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ଘୂର୍ଣ୍ଣିଝଡରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ଏହି ବାତ୍ୟାର ନାମ ରହିବ ପେଥାଇ ।
ପ୍ରଭାବରେ ଆଜି ସଂଧ୍ୟା ଠାରୁ ଆନ୍ଧ୍ରରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ୧୭ତାରିଖ ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରର ଓଙ୍ଗୋଲ ଓ କାକିନାଡ଼ାର ସ୍ଥଳଭାଗକୁ ଛୁଇଁବ। ଘଣ୍ଟା ପ୍ରତି ୯୦ରୁ ଶହେ କିମି ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରବିବାର ଓ ସୋମବାର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆସନ୍ତା ସୋମବାର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ,ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।