ବଙ୍ଗୋପସାଗରରେ ଗଭୀର ଅବପାତ, ଆଜି ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ଗଭୀର ଅବପାତ । ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପକୂଳରେ ମନ୍ଥର ଗତିରେ ଉତ୍ତର ପୂର୍ବ ଦିଗରେ ବଢୁଛି । ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ଏହା କ୍ରମଶଃ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପରବର୍ତ୍ତୀ ୨୪ ଘଣ୍ଟା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ଏପଟେ ରାଜ୍ୟରେ ଜାରି ରହିଛି ମୌସୁମୀର ପରିବ୍ୟାପ୍ତି । ଓଡ଼ିଶାକୁ ମୌସୁମୀ ସଅଳ ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପରିବ୍ୟାପ୍ତି ଜାରି ରହିଛି । ତିନିଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ଗଜପତିକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ । ନବରଙ୍ଗପୁର, ନବରଙ୍ଗପୁର, ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁସାରିଲାଣି । ସେହିପରି କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ । ଏପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆଜି ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଗାମୀ ଦୁଇ ଦିନ ଭିତରେ ମୌସୁମୀ ସାରା ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ :  ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ