ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ

ଝାରସୁଗୁଡ଼ା (କେନ୍ୟୁଜ) : ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ। ଏନେଇ ଆଜି ଶୁକ୍ରବାର ଦିନ ପ୍ରାୟ ୯ଟାରେ ମଙ୍ଗଲବଜାର ଠାରେ ମତ ଦେଲେ ଦୀପାଲି ଦାସ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିଲେ ଦୀପାଳି ଏହାକୁ ନେଇ ସେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥଲେ । ତେବେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଝାରସୁଗୁଡ଼ାର ୧୩ଟି ବୁଥରେ ଯାଞ୍ଚ ହେବ ଇଭିଏମ୍ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ।