ବୁଲା କୁକୁର ଆକ୍ରମଣ ଭୟରେ ଗାଁ ଭିତରେ ପଶିଲା ହରିଣ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ଆନନ୍ଦପୁର : ବୁଲା କୁକୁର ଆକ୍ରମଣ ଭୟରେ ଗାଁ ଭିତରେ ପଶିଲା ହରିଣ ।  ଆନନ୍ଦପୁର ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣାବାନ୍ଧଗୋଡା ଗାଁ ଭିତରେ ବୁଲୁଛି  ହରିଣ ।  କାବୁ କରିବା ପରେ ପୁନର୍ବାର ଜଙ୍ଗଲରେ ଛାଡିଲା ବନବିଭାଗ ।

ସୂଚନା ଅନୁସାରେ  ବୁଲା କୁକୁର ଆକ୍ରମଣ ଭୟରେ ସକାଳୁ ଏକ ହରିଣ ପୁରୁଣା ବାନ୍ଧଗୋଡା ଗାଁ ଭିତରକୁ ପଶି ଆସିଥିଲା ।  ଗ୍ରାମର କେତେକ ଯୁବକ ହରିଣଟିକୁ ବୁଲା କୁକୁରଙ୍କ କବଳରୁ ଉଦ୍ଧାର କରି ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ପୁନର୍ବାର ବରାଙ୍ଗ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

ଗ୍ରାମବାସୀଙ୍କ କହିବା କଥା ଗ୍ରୀଷ୍ମଦିନ ଆରମ୍ଭରୁ ହରିଣ କୁଟୁରା ନିଜର ଶୋଷ ମେଣ୍ଟାଇବାକୁ ଗାଁମୁହାଁ ହେଉଥିବାରୁ ଅନେକ ସମୟରେ ଶିକାରୀ କୁକୁରଙ୍କ ହାବୁଡରେ ପଡି ମୃତ୍ଯୁ ମୁଖରେ ପଡୁଛନ୍ତି ।  ବନବିଭାଗ ତରଫରୁ ବୁଲା ଶିକାରୀ କୁକୁରଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ଦାବି ରଖାଯାଇଛି ।

Also read: କୁକୁର ଆକ୍ରମଣରେ ଗରୁତର ହେଲା ଶିଶୁପୁତ୍ର, ସିସିଟିଭିରେ ହୃଦୟବିଦାରକ ଦୃଶ୍ୟ