ଭାଇରାଲ ହେଉଛି ହରିଣ ଶିକାର ଭିଡ଼ିଓ, ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ

ବାଲେଶ୍ୱର : ଭାଇରାଲ ହେଉଛି ହରିଣ ଶିକାର ଭିଡ଼ିଓ । ଧନୁ ତୀର ସାହାଯ୍ୟରେ ହରିଣକୁ ଶିକାର ପରେ ଏକ ବାଇକ୍ ରେ ଲଦି ନେଇଯାଇଛନ୍ତି ଶିକାରୀ । ଏଭଳି ଜଂଗଲୀ ପଶୁ ଶିକାରକୁ ନେଇ ଏକ ଭିଡିଓ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳର ବୋଲି କୁହାଯାଉ ଥିବା ବେଳେ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।
ତେବେ ଏଭଳି ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେକେ ଏକ ନୀରିହ ପଶୁଟିକୁ କିଭଳି ନିର୍ମମ ଭାବରେ ସର୍ବ ସମ୍ମୁଖରେ ହତ୍ୟା କରାଯିବା ପରେ ଦିବା ଆଲୁଅରେ ତାକୁ ଖୋଦ୍ ଶିକାରୀ ଏକ ବାଇକ୍ ରେ ଲଦି ନେଇ ଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।