ଅଭୟାରଣ୍ୟ ଛାଡ଼ି ଗାଁରେ ପଶିଲା ହରିଣ, ସୁରକ୍ଷିତ ଉଦ୍ଧାର କଲେ ବନବିଭାଗ କର୍ମଚାରୀ

କାକଟପୁର : ଗାଁରେ ପଶିଲା ହରିଣ । ଅଭୟାରଣ୍ୟ ଛାଡ଼ି ଗାଁରେ ପଶିଲା । ଅସ୍ତରଙ୍ଗ ନିକଟ ବିଲୁଆମୁନ୍ଦୁଳି ଗାଁକୁ ଏକ ଚିତ୍ରାହରିଣ ପଶିଆସିଥିଲା । ହରିଣକୁ ଦେଖି ବୁଲା କୁକୁର ଆକ୍ରମଣ କରିଥିଲେ । ହରିଣଟି ଦୌଡ଼ି ଭୟରେ ଏକ ପୋଖରୀ ଭିତରେ ପଶିଯାଇଥିଲା । ବିଲୁଆ ମୁନ୍ଦୁଳି ଗାଁର କିଛି ଯୁବକ ହରିଣକୁ ଉଦ୍ଧାର କରି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅସ୍ତରଙ୍ଗ ବିଭାଗ କର୍ମଚାରୀ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ରହିଥିବା ଝାଉଁ ଜଙ୍ଗଲ ମଧ୍ୟରେ ରହିଛନ୍ତି ହଜାର ହଜାର ସଂଖ୍ଯାର ହରିଣ ,ବାରହା ଭଳି ଅନେକ ବନ୍ୟଜନ୍ତୁ । ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବରୁ ଜନବସତି ମୁହାଁ ହେଉଛନ୍ତି ଜୀବଜନ୍ତୁ ।

 

ଆହୁରି ପଢ଼ନ୍ତୁ : ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା