ଯାଜପୁର ବିରିପଟାରେ ମନ୍ମଥ ଧଳ ଡିଗ୍ରୀ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର ଟାଉନ୍ (କେନ୍ୟୁଜ୍) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟାରେ ମନ୍ମଥ ଧଳ ଡିଗ୍ରୀ କଲେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ। ସ୍ବର୍ଗତ ମନ୍ମଥ ଧଳଙ୍କ ପୁଅ ବିଜୟ ଧଳଙ୍କ ତତ୍ତ୍ବାବଧାନରେ ଅସ୍ଥାୟୀ ବିଲଡିଂରେ କାର୍ଯ୍ୟ କରି ଆସୁଥିବା ଏହି ଡିଗ୍ରୀ କଲେଜର ନୂଆ ବିଲଡିଂ ନିର୍ମାଣ ପାଇଁ ଶିଳାନ୍ୟାସ ସହ ଭୂମିପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କିଟ୍, କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମେଶ ସାମଲ, ଖରସ୍ରୋତା ସାହିତ୍ୟ ସଂସଦର ସଭାପତି ତଥା ଯୁବନେତା ପଦ୍ମାକର ଗୁରୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଭୂମିପୂଜନ ଉତ୍ସବରେ କଲେଜର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଡିଗ୍ରୀ କଲେଜ ପ୍ରତିଷ୍ଠା ହେବା ଦ୍ବାରା ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ । ଏହା ସହିତ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ।