ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଫିସ ଘେରିଲେ ଆଶାୟୀ LTR ସଂସ୍କୃତ ଶିକ୍ଷକ

ରାଜଧାନୀରେ ଗର୍ଜିଲେ ଆଶାୟୀ LTR ସଂସ୍କୃତ ଶିକ୍ଷକ । ଭୁବନେଶ୍ବରରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ସଂସ୍କୃତ ଶିକ୍ଷକ ନିଯୁକ୍ତି ପରୀକ୍ଷା ମେଧା ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରତିବାଦ । ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।

ଆଣ୍ଠେଇଲେ, କାନ ମୋଡ଼ି ଚାପୁଡ଼ା ଖାଇଲେ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଫିସ ଘେରିଲେ ଆଶାୟୀ LTR ସଂସ୍କୃତ ଶିକ୍ଷକ। ଭୁବନେଶ୍ବରରେ OSSC ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀଙ୍କ ଧାରଣା । ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ ହଜାର ଆଶାୟୀ ପରୀକ୍ଷା ଦେଇଥିଲେ। ଉଭୟ ବିଜ୍ଞାନ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଏହି ପରୀକ୍ଷା ହୋଇଥିଲା ।

ଏଭିତରେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ ସହ ନିଯୁକ୍ତି ପାଇଁ ଘୋଷଣା ହୋଇସାରିଲାଣି। ହେଲେ ଏପର୍ଯ୍ୟନ୍ତ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ରେଜଲ୍ଟ ବାହାରିନି। ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଆଜି OSSC କାର୍ଯ୍ୟାଳୟ ଘେରିଛନ୍ତି ଆଶାୟୀ ଶିକ୍ଷକ । ଓଏସଏସସି ଅଧିକାରୀଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ ।

ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି। ଘଣ୍ଟା ଘଣ୍ଟା ଧରି ସେଣ୍ଟର ବାହାରେ ଛିଡ଼ା ହେଲେ RI, ଅମିନ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଆସିଥିବା ଆଶାୟୀ । ଭୁବନେଶ୍ୱର, କଟକ, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଏପରି ସମସ୍ୟା ନେଇ ଅଭିଯୋଗ ହୋଇଛି ।