ସମ୍ବିତ ପାତ୍ରଙ୍କ ମନ୍ତବ୍ୟ: ନିନ୍ଦା କଲେ କେଜ୍ରିୱାଲ, ଗିରଫ କରିବାକୁ ଦାବି କଲା କଂଗ୍ରେସ

ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଏକ ମନ୍ତବ୍ୟକୁ ସବୁଠି ଦୃଢ଼ ନିନ୍ଦା କରାଯାଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ଏକ ରୋଡ ଶୋ’ କରିଥିଲେ। ଏହାରି ଭିତରେ ସମ୍ବିତଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିନ୍ଦା କରିଛନ୍ତି। ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ।

ଭୁବନେଶ୍ୱର (କେନ୍ୟୁଜ): ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଏକ ମନ୍ତବ୍ୟକୁ ସବୁଠି ଦୃଢ଼ ନିନ୍ଦା କରାଯାଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ଏକ ରୋଡ ଶୋ’ କରିଥିଲେ। ଏହାରି ଭିତରେ ସମ୍ବିତଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଏଥିରେ ସେ କହିଛନ୍ତି, ମୋଦିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି। ମୋଦୀଙ୍କ ଭକ୍ତ ଜଗନ୍ନାଥ। ସମ୍ବିତଙ୍କ ଏହି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେବଳ ରାଜ୍ୟ ନୁହେଁ । ଦେଶବ୍ୟାପୀ ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିନ୍ଦା କରିଛନ୍ତି। ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ। ସେମାନେ ବର୍ତ୍ତମାନ ନିଜକୁ ଭଗବାନଙ୍କ ଠାରୁ ଉର୍ଦ୍ଧ୍ବରେ ବୋଲି ଭାବିବା ଆରମ୍ଭ କରିଛନ୍ତି। ବିଜେପି ନେତାଙ୍କ ଅହଙ୍କାର ଚରମସୀମାରେ ପହଞ୍ଚିଛି ବୋଲି ସୋସିଆଲ ମିଡିଆ Xରେ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ। ଭଗବାନଙ୍କୁ ମୋଦିଙ୍କ ଭକ୍ତ କହିବା ପ୍ରଭୁଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।

 

ସେହିପରି ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କଡ଼ା ନିନ୍ଦା କରିଛନ୍ତି । ସମ୍ବିତଙ୍କ ନାଁ ନନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଯେତେବେଳେ ପ୍ରଧାନମନ୍ତ୍ରୀ ନିଜକୁ ଶେହନସାହ ଓ ତାଙ୍କ ଦଳର ଲୋକ ତାଙ୍କୁ ଭଗବାନ ବୋଲି ଭାବିଲେଣି ଏହା ସ୍ପଷ୍ଟ ହୋଇଛି ଯେ ପାପର ଲଙ୍କାର ପତନ ସୁନିଶ୍ଚିତ। କୋଟି କୋଟି ଲୋକଙ୍କ ଆସ୍ଥାକୁ ଆଘାତ ପହଞ୍ଚାଇବାର ଅଧିକାର କିଛି ବିଜେପିର ଲୋକଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଏହି ଅହଙ୍କାର ସେମାନଙ୍କ ବିନାଶର କାରଣ ହେବ ବୋଲି ସେ କହିଛନ୍ତି।

 

 

ଅନ୍ୟପଟେ ସମ୍ବିତଙ୍କ ମନ୍ତବ୍ୟକୁ କଂଗ୍ରେସ ଘୋର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସମୟରେ ଏଭଳି ଘଟଣା ଘଟିଥିବାରୁ ମୋଦି ତୁରନ୍ତ କ୍ଷମା ପାର୍ଥନା କରିବାକୁ ଦାବି କରିଛନ୍ତି କଂଗ୍ରେସନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ । ସମ୍ବିତଙ୍କ ବୟାନ ଆମକୁ ଚକିତ ଏବଂ ମର୍ମାହତ କରିଛି ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ। ଏଭଳି ମନ୍ତବ୍ୟ ବିଜେପି ନେତାଙ୍କ ଅହଂକାର ଏବଂ ଗର୍ବକୁ ପ୍ରମାଣିତ କରୁଛି। କଂଗ୍ରେସ ଦଳ ମଧ୍ୟ ଖୁବ ଶୀଘ୍ର ସମ୍ବିତ ପାତ୍ରଙ୍କ ନାଁରେ ପୋଲିସରେ ଲିଖିତ ଅଭିଯୋଗ କରିବ ବୋଲି କହିଛି।

Leave A Reply

Your email address will not be published.