ବିରାଶାଳ ବିମାନ ଦୁର୍ଘଟଣାର ତଦନ୍ତ ଚଳାଉଛି ଦିଲ୍ଲୀ ଡିଜିସିଏ ଟିମ୍

କେନ୍ଯୁଜ୍: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ବିରାଶାଳ ଏୟାରଷ୍ଟ୍ରିପ ବିମାନ ଦୁର୍ଘଟଣାର ତଦନ୍ତ କରିଛି ଦିଲ୍ଲୀର ଦୁଇ ଜଣିଆ ଡିଜିସିଏ ଟିମ୍। ଡିଜିସିଏର ଡେପୁଟି ଡିରେକ୍ଟର ଯଶବିର ସିଂ ଲାଘ୍ରା ଏବଂ ଏୟାର ସେଫ୍ଟି ଅଫିସର ଦିନେଶ କୁମାର ଦୁର୍ଘଟଣା ସ୍ଥଳ ବୁଲି ଦେଖିବା ସହ ତଦନ୍ତ ଜାରି ରଖିଛନ୍ତି।

ସୂଚନା ମୁତାବକ ବିମାନ ପ୍ରଶିକ୍ଷଣ ବେଳେ ଦୁର୍ଘଟଣା ଘଟି ଗତିର ମୁ୍ଖ୍ଯ ପ୍ରଶିକ୍ଷକ ସଂଜୀବ କୁମାର ଝା ଙ୍କ ସହ ଟ୍ରେନି ପାଇଲଟ ଅନିଷ ଫାତିମାଙ୍କ ମୃତ୍ୟୁ ହୋଇଥିଲା। ଏୟାର ଫ୍ରି ଟ୍ରାଫିକ୍ ଥିବା ବିରାଶାଳ ଏୟାରଷ୍ଟ୍ରିପରେ ଏପରି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ବିମାନ ତାଲିମ କେନ୍ଦ୍ର ଗତି ପକ୍ଷରୁ ଦୁଇ ମୃତ ଦେହକୁ ସେସମାନଙ୍କ ଘରକୁ ଯିବାର ବ୍ଯବସ୍ଥା କରାଯାଇଥିଲା। ଏନେଇ ଦିଲ୍ଲୀର ଡିଜିସିଏ ଟିମ୍ ଗ୍ରାଉଣ୍ଡ ଜିରୋରୁ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଦିନ ଧରି ତଦନ୍ତ ପରେ ଦୁର୍ଘଟଣାର ପ୍ରକ୍ତ କାରଣ ଜଣାପଡିବ ବୋଲି ଗତି ପକ୍ଷରୁ ସୂଚନା ମିଳିଛି। ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ସହଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.