ଲିଙ୍ଗପୁରରୁ କଟନୀ ଲିଙ୍କ, ପ୍ରେମିକା ସହ ଫେରାର ହେବାକୁ ନିଜେ ଅପହରଣ ନାଟକ ରଚିଥିଲା ଡେଲିଭରୀ ବୟ
ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଲିଙ୍ଗପୁରର ସ୍ୱିଗି ଡେଲିଭରୀ ବୟ ଅପହରଣ ଘଟଣାରେ ନୂଆ ଟ୍ଵିଷ୍ଟ । ପ୍ରେମିକା ସହ ଫେରାର ହେବାକୁ ନିଜେ ଅପହରଣ ନାଟକ ରଚିଥିଲା ଡେଲିଭରୀ ବୟ ପତିତପାବନ ପୃଷ୍ଟି । ଅପହରଣ ନାଟକ ପଛରେ ରହିଛି ପ୍ରେମ ସମ୍ପର୍କ । ଗୋପ ଅଞ୍ଚଳର ଜଣେ ଝିଅକୁ ନେଇ ରାଜ୍ୟ ବାହାରକୁ ଚାଲିଯାଇଥିଲା ପତିତପାବନ । ସେମାନେ ଭୁବନେଶ୍ୱରରୁ ଟ୍ରେନ ଯୋଗେ ମଧ୍ୟପ୍ରଦେଶ ପଳାଇଥିଲେ । ମୋବାଇଲ ଫୋନ ଟ୍ରାକ ପରେ ସେମାନଙ୍କୁ ଠାବ କରାଯାଇଛି ।
ମଧ୍ୟପ୍ରଦେଶ କଟନୀରେ ସେମାନଙ୍କୁ ଅଟକ ରଖିଛି ଜିଆରପି । ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ କମିଶନରେଟ୍ ପୋଲିସର ୪ ଜଣିଆ ସ୍ୱତନ୍ତ୍ର ଟିମ୍ ମଧ୍ୟପ୍ରଦେଶ ଯାଇଛି। ସିସିଟିଭି ଫୁଟେଜ ଓ ପତିତପାବନଙ୍କ ମୋବାଇଲ ଫୋନ କଲ ଡିଟେଲ୍ସରୁ ଏସବୁ ଜାଣିବାକୁ ପାଇଥିଲା ପୋଲିସ ।
ଖୁବଶୀଘ୍ର ଅପହରଣ ଡ୍ରାମାର ହେବ ପର୍ଦ୍ଦାଫାସ । ଗତ ଶନିବାର ଦିନ ଲିଙ୍ଗିପୁର ବିଜୟନଗରର ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା । ଅପହରଣ ସଂପର୍କରେ ଘଟଣା ଦିନ ରାତିରେ ପତିତପାବନ ତାଙ୍କ ପତ୍ନୀଙ୍କ ମୋବାଇଲକୁ ଏକ ଭଏସ ମେସେଜ ପଠାଇଥିଲା । ଗତକାଲି ଦୟା ନଦୀ ବନ୍ଧ ଉପରୁ ପତିତପାବନଙ୍କ ବ୍ୟାଗ, ମନିପର୍ସ ଓ ଚପଲ ମିଳିଥିଲା। ଘଟଣାସ୍ଥଳରୁ ମିଳିଥିଲା ଏକ ନୂଆ ଛୁରୀ । ଏବେ ନିଜେ ପତିତପାବନ ଅପହରଣ ନାଟକ ରଚିଥିବା ଜଣାଯାଇଛି ।.ସତରେ ଡେଲିଭରୀ ବୟର ବୁଦ୍ଧିକୁ ତାରିଫ କରିବାକୁ ପଡିବ । ବାହାରେ ଡେଲିଭରୀ ବୟ, ପୋଲିସକୁ ବେଶ ଘଣେଇଲୁ