ଡେଲ୍ଟା ଛକରେ ସ୍କର୍ପିଓ ପୋଡ଼ିବା ଘଟଣା: ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ଭିଡିଓ, ୪ ଅଟକ

ଭୁବନେଶ୍ୱର(କେନ୍ୟୁଜ): ଡେଲ୍ଟା ଛକରେ ସ୍କର୍ପିଓ ପୋଡ଼ିବା ଘଟଣାରେ ୪ ଅଟକ। ସ୍କର୍ପିଓ ପୋଡ଼ି ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକ ୪ ଜଣଙ୍କ ସହ ଗାଡ଼ି ମାଲିକଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ଭିଡିଓ। ୮ରୁ ୧୦ ଜଣ ଯୁବକ ଗାଡ଼ି ଚାଳକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଡିକୁ ଖଣ୍ଡାରେ ହାଣୁଛନ୍ତି।

୪୫ ମିନିଟ୍‌ ଧରି ଡେଲ୍‌ଟା ଛକରେ ଦୁର୍ବୃତ୍ତମାନେ ଖେଳାଇଥିଲେ ଆତଙ୍କ । ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ କର୍ମଚାରୀ କ୍ୟାମେରରେ କଏଦ୍‌ କରୁଥିଲେ। ଭିଡିଓ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଖଣ୍ଡଗିରି ଥାନା ପୋଲିସ। ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ। ଗାଡି ଚାଳକ ଓ ଟ୍ରାଫିକ ପୋଲିସ ଏତଲା ଆଧାରରେ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.