ଖରାଦିନେ ଥକ୍କା ମେଣ୍ଟାଉଛି ତାଳ ସଜ, ଲୋକଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ

ପାଟଣାଗଡ଼: ଖରାଦିନ ପାଇଁ ଅମୃତ ତୁଲ୍ୟ ଫଳ ହେଉଛି ତାଳ ସଜ । ତାଳ ସଜରେ ପ୍ରୋଟିନ, ମିନେରାଲ ସହ ଅନେକ ପୋଷକ ତତ୍ୱ ଥାଏ । ତେବେ ଖରା ବେଳେ ବାଟରେ ଯାଉଥିବା ବାଟୋଇ ତାଳ ସଜ ଖାଇ ଥକ୍କା ମେଣ୍ଟାଉଥିବା ବେଳେ କିଛି ଲୋକଙ୍କ ପାଇଁ ଖରାଦିନିଆ ରୋଜଗାରର ମାଧ୍ୟମ ପାଲଟିଛି ଏହି ତାଳ ସଜ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଗାଁରେ ହଜାର ହଜାର ତାଳ ଗଛ ଅଛି, ଖରାଦିନ ଆରମ୍ଭରୁ ତାଳ ଫଳୁ ଥିବାବେଳେ, ତାଳ ସଜ କିଛି ଲୋକଙ୍କ ପାଇଁ ସାଜିଛି ଖରା ଦିନିଆ ରୋଜଗାରର ମାଧ୍ୟମ । ପାଟଣାଗଡ଼ ବଲାଙ୍ଗିର ରାଜ୍ୟ ରାଜପଥ ଦୁଇକଡରେ ଦେଖିବାକୁ ମିଳିଥାଏ ଅନେକ ତାଳ ସଜ ଦୋକାନ । ବାଟରେ ଯିବାଆସିବା କରୁଥିବା ବାଟୋଇ ଖରାରେ ଅଟକି ତାଳସଜ ଖାଇବା ସହିତ ଘରକୁ ମଧ୍ୟ ନେଇଥାନ୍ତି । ଖରାଦିନେ ତାଳ ସଜକୁ ରୋଜଗାରର ମାଧ୍ୟମ କରି ଚଳୁଥିବା ଲୋକ ବଡ଼ି ଭୋରରୁ ଉଠି ଗଛରୁ ତାଳ ତୋଳି ଆଣି ରାସ୍ତା କଡରେ ରଖି ବିକ୍ରି କରିଥାନ୍ତି । ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା କଥା ଖରାଦିନେ ତାଳ ସଜ ଖାଇବା ଦ୍ୱାରା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ପ୍ରୋଟିନ ମିନେରାଲର ଅଭାବ ଦୂର ହୋଇଥାଏ।

ସାରା ଜିଲ୍ଲାରେ କେବଳ ଭଇଁଷା ଅଞ୍ଚଳରେ ହଜାର ହଜାର ତାଳ ଗଛ ରହିଛି । ତାଳ ସଜରେ ଅନେକ ପୋଷକ ତତ୍ୱ ଭରି ରହିଥିବା ବେଳେ କେବଳ ଭଇଁଷା ଅଞ୍ଚଳରେ ଅଧିକ ତାଳ ମିଳୁଥିବାରୁ କେବଳ ଏହି ଅଞ୍ଚଳର ଲୋକ ତଥା ଯିବା ଆସିବା ବାଟୋଇ କେବଳ ୨୫% ତାଳ କିଣି ନେଇଥାନ୍ତି । ବହୁତ ପରିମାଣରେ ତାଳ ଗଛରେ ରହି ନଷ୍ଟ ହେଉଥିବା ବେଳେ ଉଦ୍ୟାନ କୃଷି ବିଭାଗ ଭଇଁଷା ଅଞ୍ଚଳର ତାଳ ବିକ୍ରୟ ପାଇଁ ପଦକ୍ଷେପ ନେଲେ ଏଠାକାର ତାଳ ବ୍ୟବସାୟୀ ଲାଭାନ୍ୱିତ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକମାନେ ତାଳସଜର ମଜା ନେଇ ପାରନ୍ତେ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ । ପାଟଣାଗଡ଼ ଉଦ୍ୟାନ କୃଷି ସହନିର୍ଦେଶକ ଆଗାମୀ ଦିନରେ ତାଳ ବିକ୍ରୟ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ଭଇଁଷା ଗାଁ ଖରାଦିନେ ତାଳ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ କେବଳ ଅଞ୍ଚଳବାସୀ ଓ ବାଟୋଇ ତାଳ କିଣି ଖାଇବା ସହିତ କିଛି ଘରକୁ ନେଇ ଯାଇଥାନ୍ତି । ପ୍ରୋଟିନ, ମିନେରାଲ ସହିତ ପୋଷାକ ତତ୍ୱରେ ଭରପୁର ଏହି ତାଳ ସଜର ବିକ୍ରିର ବ୍ୟବସ୍ଥା ପାଇଁ ଉଦ୍ୟାନ କୃଷି ବିଭାଗ ଅଧିକ ଧ୍ୟାନ ଦେବା ପାଇଁ ଅଞ୍ଚଳ ବାସୀ ଦାବି ରଖିଛନ୍ତି ।

Also Read:ଶରୀରକୁ ହାଇଡ୍ରେଟ କରିବାରେ ବେଶ ସହାୟକ ହୁଏ ତାଳସଜ, ଆପଣଙ୍କୁ କେତେ ପସନ୍ଦ