ପୁଣି ପରୀକ୍ଷା କରିବାକୁ ଦାବି, ନିଯୁକ୍ତି ପରୀକ୍ଷାରେ ରହୁନି ସ୍ବଚ୍ଛତା, ଆଶାୟୀ ହତାଶ

ନିଯୁକ୍ତି ପରୀକ୍ଷାରେ ରହୁନି ସ୍ବଚ୍ଛତା, ଆଶାୟୀ ହତାଶ । ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରାଯାଉନାହିଁ । ପ୍ରତିଯୋଗିତା ମୂଳକ ନିଯୁକ୍ତି ପରୀକ୍ଷାରେ କେତେବେଳେ ପ୍ରଶ୍ନପତ୍ର ଘୋଟାଲା ଅଭିଯୋଗ ଆସୁଛି ତ ଆଉ କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ରହୁଛି । ଭିତ୍ତିଭୂମି ଥିବା କେନ୍ଦ୍ରରେ ପରୀକ୍ଷା ପରିବର୍ତ୍ତେ ସାଇବର କାଫେରେ ପରୀକ୍ଷା ହେଉଛି । ଏଥିପାଇଁ ସରକାର ନା ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସରକାରଙ୍କ ଅଧିନସ୍ଥ ସଂସ୍ଥା ଦାୟୀ ? ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମହଲରେ ଜୋର ଧରିଛି ଚର୍ଚ୍ଚା ।
ଓଡ଼ିଶା ସରକାରଙ୍କ ବିଭାଗ ଗୁଡିକର ଗ୍ରୁପ୍ ‘କ’ ଓ ‘ଖ’ ବର୍ଗ ପଦ ପାଇଁ ଓପିଏସସି ପରୀକ୍ଷା ପରିଚାଳନା କରୁଛି । ସେହିଭଳି ତୃତୀୟ ଶ୍ରେଣୀ ପଦବୀ ପୂରଣ ନିମନ୍ତେ OSSC ଏବଂ OSSSC ପରୀକ୍ଷା କରି ପ୍ରାର୍ଥୀ ମନୋନୟନ କରୁଛି । ଏହି ଏଜେନ୍ସି ଗୁଡିକ ପରୀକ୍ଷା ପରିଚାଳନା ସମୟରେ ଅନେକ ତ୍ରୁଟି ବିଚ୍ୟୁତି ରହୁଥିବା ପରୀକ୍ଷାର୍ଥୀଙ୍କ ପକ୍ଷରୁ ଅଭିଯୋଗ ଆସୁଛି । ପ୍ରତିବାଦରେ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଚାଲିଛି । ପୁଣି ଥରେ ପରୀକ୍ଷା କରିବାକୁ ଦାବି ହୋଇଛି ।