ଝାରସୁଗୁଡ଼ା (କେନ୍ୟୁଜ) : ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ୫ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ କିଛି ଦିନ ତଳେ ରାଜ୍ୟର କେତେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ଏହାକୁ ସଂଘ ଦୃଢନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହା ସହିତ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଏଥିପାଇଁ ସ୍ଵତନ୍ତ୍ର ଆଇନ୍ ପ୍ରଣୟନ ଲାଗି ଦାବି କରିଛନ୍ତି ସାମ୍ବାଦିକମାନେ ।
ଅନ୍ଯ ଦାବିଗୁଡ଼ିକ ମଧ୍ଯରେ ସାମ୍ବାଦିକଙ୍କ ପାଇଁ ସରକାର କରିଥିବା ସ୍ବାସ୍ଥ୍ୟବୀମା ଯୋଜନାରୁ ବାଦ୍ ପଡ଼ିଥିବା ଜିଲ୍ଲାର କେତେକ ସାମ୍ବାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା, ସରକାରୀ ଓ ଵେସରକାରୀ ବସରେ ଯାତାୟାତ ପାଇଁ ସ୍ବତନ୍ତ୍ର ପାସ୍ ପ୍ରଦାନ ସାଙ୍ଗଙ୍କୁ ସ୍ଥାନୀୟ ଡିପିଆରଓ ଅସହଯୋଗ କରୁଥିବାରୁ ତାଙ୍କ ବଦଳି ଲାଗି ଦାବି କରାଯାଇଛି ।