ଟ୍ରେନ୍‌ ରହଣି ଦାବିରେ ରେଳରୋକ, ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

କୁଚିଣ୍ଡା(କେନ୍ଯୁଜ୍): ଟ୍ରେନ୍‌ ରହଣି ଦାବିରେ ରେଳରୋକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରାରେ ୫ଟି ଟ୍ରେନର ପୁନଃ ରହଣୀ ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ ଆନ୍ଦୋଳନ ସହ ବାମରା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ବାମରା ଅଞ୍ଚଳର ଶତାଧିକ ଜନସାଧାରଣ ଧାରଣାରେ ବସିଛନ୍ତି।

ଆନ୍ଦୋଳନକାରୀ ରେଳ ଷ୍ଟେସନକୁ ଆସୁଥିବାବେଳେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

You might also like