ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ: ପିସିସି ସଭାପତି ହଟାଇବାକୁ ବିଧାୟକଙ୍କ ମେଳି

ଭୁବନେଶ୍ବର(କେନ୍ଯୁଜ୍): ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ। ପିସିସି ସଭାପତି ହଟାଇବାକୁ ବିଧାୟକଙ୍କ ମେଳି। କଂଗ୍ରେସ ବିଧାୟକମାନେ ଏନେଇ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି କରିଛନ୍ତି। ଦଳକୁ ସୁଦୃଢ କରିବାକୁ ଏକ ଶକ୍ତ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଆଗକୁ ପଞ୍ଚାୟତ ଓ ସମବାୟ ନିର୍ବାଚନ ଥିବାରୁ ଦଳକୁ ସୁସଂଗଠିତ କରିବା ପାଇଁ ପରିବର୍ତ୍ତନ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବାକୁ ସମୟ ମାଗିଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.