ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ: ଭଙ୍ଗା ଚାଲିଛି ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନ

ପୁରୀ(କେନ୍ଯୁଜ୍): ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ। ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ ଆରମ୍ଭ ହୋଇଛି। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନଗୁଡିକୁ ଉଛେଦ କରାଯାଇଛି।

ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ଯାଏ ଉଚ୍ଛେଦ କରାଯାଇଛି। ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଚ୍ଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ,ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.