ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

ବଢ଼ିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବିଏମସି ପକ୍ଷରୁ ୨୨ଟି ସହରଞ୍ଚଳ ଚିକିତ୍ସାଳୟରେ ରକ୍ତ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି । ନୟାପଲ୍ଲୀ, ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱର ସହ ସାଲିଆ ସାହିରେ ରହିଛି ସମ୍ବେଦନଶୀଳ ଅଞ୍ଚଳ । ଏହି ଅଞ୍ଚଳକୁ ଅଧିକ ଫୋକସ କରିଛି ବିଏମସି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଢ଼ିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବିଏମସି ପକ୍ଷରୁ ୨୨ଟି ସହରଞ୍ଚଳ ଚିକିତ୍ସାଳୟରେ ରକ୍ତ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି । ନୟାପଲ୍ଲୀ, ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱର ସହ ସାଲିଆ ସାହିରେ ରହିଛି ସମ୍ବେଦନଶୀଳ ଅଞ୍ଚଳ । ଏହି ଅଞ୍ଚଳକୁ ଅଧିକ ଫୋକସ କରିଛି ବିଏମସି । ଏହି ଅଞ୍ଚଳରେ ସଫେଇକୁ ତ୍ବରାନ୍ବିତ କରାଯାଉଛି। ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇପାରିବ। ମଶା ଔଷଧ, ବ୍ଳିଚିଂ ପକାଯାଉଛି। ଦିନକୁ ଦୁଇଥର ଫଗିଙ୍ଗ ହେଉଥିବା ବେଳେ ଲୋକଙ୍କୁ ସଚେତନ କରାଯାଉଛି ।

ପୂର୍ବ ଭଳି ଚଳିତ ବର୍ଷ ଡେଙ୍ଗୁ ରୋଗର ପରିସୀମା ଏତେ ବ୍ୟାପକ ହୋଇନାହିଁ । ଗଙ୍ଗୁଆ ଓ ଦୟା କେନାଲ ବନ୍ଧ ସଫେଇ ଆରମ୍ଭ ହୋଇଛି । ଆବଶ୍ୟକ ପଡିଲେ ଡ୍ରୋନର ବ୍ୟବହାର ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ଏଥିସହ ଫଗିଙ୍ଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ । ଖୁବଶୀଘ୍ର ୨୦ଟି ଫଗ ମେସିନ ଆଣାଯିବ ।

 

 

You might also like