ଚାନ୍ଦବାଲିରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ୫ ରୋଗୀ ଚିହ୍ନଟ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓ ଏନଏସିରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟେ ସପ୍ତାହ ଭିତରେ ଚାନ୍ଦବାଲି ଏନ୍ଏସି ଓ ପଞ୍ଚାୟତ ମିଶି ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଚାନ୍ଦବାଲି ମେଡିକାଲ ଅଫିସର କହିଛନ୍ତି । ଚଳିତ ମାସ ୧୯ତାରିଖରେ ବଡ ଓସ୍ତିଆ ପଞ୍ଚାୟତର ବଡ଼ ଓସ୍ତିଆ ଗାଁରେ ଜଣେ ଡେ଼ଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ପରେ ୨୩ତାରିଖ ରେ NACର ତିନି ନମ୍ବର ୱାର୍ଡର ନୟାହାଟ, ଶ୍ୟାମସୁନ୍ଦରପୁରରେ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହିଭଳି ମତୋ ଠାରେ ଏକ ଘରୋଇ ପାଥୋଲାବରେ ଗତକାଲି ଦୁଇ ଜଣଙ୍କ ରକ୍ତ ପରୀକ୍ଷାରୁ ଡେ଼ଙ୍ଗୁ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି।
ଅନ୍ୟପଟେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀ ଚିହ୍ନଟ ପ୍ରକ୍ରିୟା ହୋଇପାରୁଥିବା କହିଛନ୍ତି ମେଡ଼ିକାଲ ଅଫିସର । ତେଣୁ ବାହାରେ ଘରୋଇ ପାଥୋଲବ୍ ଉପରେ ନିର୍ଭର କରୁଛନ୍ତି ରୋଗୀ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏନ୍ ଏ ସି ତରଫରୁ ମଶା ମାରା ଧୂଆଁ ସ୍ପ୍ରେ କରାଯାଉଥିବା ବେଳେ ବିଭିନ୍ନ ୱାର୍ଡରେ ଡ୍ରେନ ସଫେଇ କରାଯାଉଛି ବୋଲି କହିଛନ୍ତି ଏନ୍ ଏ ସି ଅଧିକାରୀ । ଅନ୍ୟପଟେ ଡେଙ୍ଗୁ ଯେପରି ଅଧିକ ନ ବ୍ୟପିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ପ୍ରଶାସନ ସଜାଗ ରହିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।