କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା

mosquitoକଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ୨୧ଜଣ ରୋଗୀ। ଏମାନଙ୍କ ମଧ୍ୟରୁ ୪ଜଣ ଆଇସିୟୁରେ ଓ ୧୭ଜଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତ ଜାନୁୟାରୀ ମାସରୁ ଏବେ ସୁଦ୍ଧା ଏସସିବିରେ ୧୬ଶହ ୮୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୯୪ଟି ରିପୋର୍ଟ ପଜିଟିଭ୍ ଆସିଛି।

କଟକ ଜିଲ୍ଳାରେ ସର୍ବାଧିକ ୩୪ଟି ନମୁନା ଡେଙ୍ଗୁ ପଜେଟିଭ୍ ରହିଥିବା ବେଳେ କଟକ ସହରର ୧୩ ଜଣଙ୍କ ଠାରେ ଡେଙ୍ଗୁ ପଜେଟିଭ୍ ବାହାରିଛି। ସେହିପରି ଯାଜପୁର ଜିଲ୍ଲାରୁ ୧୨, ଜଗତସିଂହପୁର ଓ ଖୋର୍ଦ୍ଧା ଜିଳ୍ଲାରୁ ୯ଟି ଡେଙ୍ଗୁ ପଜେଟିଭ୍ ରିପୋର୍ଟ ବାହାରିଛି। ଅନ୍ୟପଟେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ୧୮୦ଟି ବେଡ୍ ପ୍ରସ୍ତୁତ ରଖଛନ୍ତି ଏସ୍ସିବି କର୍ତ୍ତୃପକ୍ଷ।

You might also like