ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ। କ୍ୟାପିଟାଲ ହସ୍ପିଟାଲରେ ବଢୁଛି ଡେଙ୍ଗୁ ଟେଷ୍ଟିଂ ସଂଖ୍ୟା। ଖଣ୍ଡଗିରି ଅଞ୍ଚଳରେ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ତତ୍ପରତା ଦେଖାଇଛି ବିଏମସି। ଡେଙ୍ଗୁର ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୬ ଜଣ। ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି ହାର କମ ରହିଛି। ଡେଙ୍ଗୁରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହେବା ପରେ ଏବେ ସାହି ସାହି ବୁଲି ସଚେତନ କରାଉଛି ଭୁବନେଶ୍ୱର ମହାନଗର ନିଗମ। ଏହାକୁ ଆମେ ଗୁରୁତ୍ୱର ସହ ନେଇ ଏକ ଟିମ ଗଠନ କରାଯାଇଥିବା କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ। ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସେ କହିଛନ୍ତି। ସେପଟେ କ୍ୟାପିଟାଲ ହସ୍ପିଟାଲରେ ଜଣେ ବୃଦ୍ଧାଙ୍କ ଡେଙ୍ଗୁରେ ମୃତ୍ୟୁ ଅଭିଯୋଗକୁ ନେଇ ତାଙ୍କ ଠାରେ ଡେଙ୍ଗୁର କୌଣସି ଲକ୍ଷଣ ନଥିଲା ବୋଲି କହିଛନ୍ତି କ୍ୟାପିଟାଲ୍ ହସପିଟାଲ ନିର୍ଦ୍ଦେଶକ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…